ପୌର ନିର୍ବାଚନ ପୂର୍ବରୁ ଝାରସୁଗୁଡା ବିଜେଡ଼ିକୁ ବଡ ଝଟକା

ଝାରସୁଗୁଡା ୦୫/୦୩: ପୌର ନିର୍ବାଚନ ପୂର୍ବରୁ ଝାରସୁଗୁଡା ବିଜେଡ଼ିକୁ ଲାଗିଲା ବଡ ଝଟକା । ବିଜେଡିର ରାଜ୍ୟ ସମ୍ପାଦକ ତ୍ରିନାଥ ଗୁଆଲ ବିଜେଡ଼ି ଛାଡି ବିଜେପିରେ ଯୋଗଦେଇଛନ୍ତି । ଆଜି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ତ୍ରିନାଥଙ୍କ ସହ ବହୁ ସମର୍ଥକ ଯୋଗଦେଲେ । ଏହି ଅବସରରେ ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀ, ଜିଲ୍ଲା ବିଜେପି ପ୍ରଭାରୀ ଶଙ୍କର ଓରାମ, ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ଓ ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରେ ତ୍ରିନାଥ ଙ୍କୁ ସ୍ୱାଗତ ଜଣାଇ ତାଙ୍କ ଯୋଗଦାନ ଦଳକୁ ଅଧିକ ମଜଭୁତ କରିବା ବୋଲି କହିଥିଲେ । ଅପରପକ୍ଷରେ ବିଜେଡି ନେତୃତ୍ୱ ତାଙ୍କୁ ଅଣଦେଖା କରିବା ସହ ବିଜେଡିର ପୁରୁଣା କର୍ମୀଙ୍କୁ ହତାଦର କରିବା ଯୋଗୁଁ ଦଳରେ ଅଣନିଶ୍ବାସୀ ହୋଇ ଝାରସୁଗୁଡା ମାଟିର ସେବା କରିବା ପାଇଁ ବିଜେପିରେ ଯୋଗଦେଲେ ବୋଲି ତ୍ରିନାଥ ଗୁଆଲ କହିଥିଲେ । ତ୍ରିନାଥ ବିଜେଡି ଓ ଜନତାଦଳରେ ନିଜର ରାଜନୈତିକ ଜୀବନ ଆରମ୍ଭ କରି ଦଳର ବିଭିନ୍ନ ପଦ ପଦବୀରେ ରହିବା ସହ ଗତ ପୌର ପରିଷଦ ରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ସେ ଜିଲ୍ଲା ଓକିଲ ସଂଘର ସଭାପତି ରହିବା ସହ ବିଜେଡିର ରାଜ୍ୟ ସମ୍ପାଦକ ରହିଥିଲେ ।

Leave A Reply

Your email address will not be published.