ପୌର ନିର୍ବାବଚନ: ତିନି ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର, ମାର୍ଚ୍ଚ ୫(ଖବର ଓଡ଼ିଶା): ପୌର ନିର୍ବାଚନ ଲାଗି ଆଜି ବିଜୁ ଜନତା ଦଳ ପକ୍ଷରୁ ତିନି ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପାଇଁ ସୂଲୋଚନା ଦାସ, କଟକ ମ୍ୟୁନିସିପାଲ କର୍ପୋରେସନ (ସିଏମସି) ପାଇଁ ସୁବାସ ସିଂ ଏବଂ ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପାଇଁ ସଂଘମିତ୍ରା ଦଳାଇଙ୍କୁ ଦଳ ପ୍ରାର୍ଥୀ ଘୋଷଣା କରିଛି। ପୁର୍ବରୁ କଟକ ଏବଂ ଭବନେଶ୍ୱର ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ତେବେ ଏପର୍ଯ୍ୟନ୍ତ ବିଜେପି ପକ୍ଷରୁ ତିନି ମହାନଗର ନିଗମ ପାଇଁ କୌଣସି ପ୍ରାର୍ଥୀଙ୍କ ନାମ ଆସିନାହିଁ । ପୁର୍ବରୁ ନିର୍ବାଚନ କମିଶନଙ୍କ ଘୋଷଣା ମୁତାବକ ଚଳିତ ମାସ ୨ ତାରିଖରୁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିବ । ୯ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ଏବଂ ସେହି ଦିନ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ମାର୍ଚ୍ଚ ୨୪ ତାରିଖରେ ସମସ୍ତ ପୌର ପାଳିକାରେ ନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୬ ରେ ଭୋଟ୍ ଗଣନା ଏବଂ ଫଳାଫଳ ଘୋଷଣା କରାଯିବ ।

Leave A Reply

Your email address will not be published.