ଡାକ୍ତରଙ୍କ ଗାଡି ଧକ୍କାରେ ‘ପ୍ରମେୟ’ ସାମ୍ବାଦିକ ଜିତେନ୍ଦ୍ରଙ୍କ ମୃତ୍ୟୁ

ଭୁବନେଶ୍ଵର : ଡାକ୍ତରଙ୍କ ଗାଡି ଧକ୍କା ଓଡିଶାର ଅଗ୍ରଣୀ ଖବରକାଗଜ ‘ପ୍ରମେୟ’ ସାମ୍ବାଦିକଙ୍କ ମୃତ୍ୟୁ। ମୃତକ ସାମ୍ବାଦିକ ହେଉଛନ୍ତି ଜିତେନ୍ଦ୍ର ପ୍ରସାଦ ଦାସ। ସେ ପ୍ରମେୟରେ ସହ ସଂପାଦକ ଭାବେ କାର୍ଯ୍ୟରତ ଥିଲେ। ଭୁବନେଶ୍ଵର ଜୟଦେବ ବାଟିକାରେ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଜିତେନ୍ଦ୍ର ଚାଲି ଚାଲି ଅଫିସ ଆସୁଥିବା ବେଳେ ଜୟଦେବ ବାଟିକା ନିକଟରେ ଆମ୍ରି ହସ୍ପିଟାଲର ଡାକ୍ତର ରଶ୍ମିରଞ୍ଜନ ମିଶ୍ର ତାଙ୍କୁ ଧକ୍କା ଦେଇଥିଲେ। ଜିତେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ପ୍ରମେୟ କାର୍ଯ୍ୟାଳୟରେ ଶୋକର ଲହରି ଖେଳି ଯାଇଛି। ଦୀର୍ଘ ବର୍ଷ ଧରି ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ଥିଲେ ଜିତେନ୍ଦ୍ର। ପ୍ରମେୟ ପୂର୍ବରୁ ସମାଜ, ସମ୍ବାଦ, ଧରିତ୍ରୀ ଓଡିଶା ଭାସ୍କର ପରି ଦୈନିକ ଖବର କାଗଜରେ କାମ କରିଛନ୍ତି ଜିତେନ୍ଦ୍ର।  ସେ ପ୍ରଜାତନ୍ତ୍ର ଏବଂ ସମୟ ଖବର କାଗଜ ପାଇଁ ଫ୍ରିଲାନ୍ସ ସାମ୍ବାଦିକ ଭାବେ କାର୍ଯ୍ୟ କରିଛନ୍ତି।

Leave A Reply

Your email address will not be published.