ପୌରପାଳିକା ନିର୍ବାଚନ ପାଇଁ ଯାଜପୁରରେ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

ଯାଜପୁର : ଯାଜପୁର ପୌରପାଳିକା ନିର୍ବାଚନ ପାଇଁ ବିଜେଡି କାଉନସିଲର ଓ ପୌରାଧ୍ୟକ୍ଷ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । କାଳୀମେଘାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ରଞ୍ଜୁଲତା ହୋତା ପୌରାଧ୍ୟକ୍ଷ ପ୍ରାର୍ଥୀ ହୋଇଥିବା ବେଳେ ୧୮ଟି ୱାର୍ଡରେ ୯ ଜଣ ମହିଳା ଓ ୯ ଜଣ ପୁରୁଷ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଲଢ଼ିବେ। ୨ ଜଣ ପୁରୁଣା ମୁହଁ ହୋଇଥିବା ବେଳେ ୧୬ ଜଣ ପାର୍ଥୀ ନୂଆ କରି ନିର୍ବାଚନ ମଇଦାନକୁ ଓଲ୍ହାଇଛନ୍ତି। ତେବେ ନିଜ ନିଜ ୱାର୍ଡର ସମସ୍ୟାକୁ ସମାଧାନ କରିବା ସହ ୱାର୍ଡର ଉନ୍ନତି କରିବାକୁ ଆଶାୟୀ ପ୍ରାର୍ଥୀମାନେ ଲକ୍ଷ ରଖିଛନ୍ତି । ଦଳୀୟ ଟିକେଟ ମିଳିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଆଶାୟୀ ପ୍ରାର୍ଥୀମାନେ ଧନ୍ୟବାଦ ଜଣାଇଛନ୍ତି।

Leave A Reply

Your email address will not be published.