୫ କିମି ଚାଲି ଚାଲି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଲେ ଶତାଧିକ ଛାତ୍ର

ନୂଆପଡ଼ା ୦୭।୦୩ : ୫ କିମି ଚାଲିଲେ ଛାତ୍ର । ପ୍ରିନ୍ସିପାଲ୍‌ଙ୍କୁ ହଟାଇବା ଦାବିରେ ପାଞ୍ଚ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଧାରଣାରେ ବସିଲେ ଶହେରୁ ଅଧିକ ଛାତ୍ର । ନୂଆପଡ଼ା ନୂଆଡିହି ସ୍ଥିତ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଘଟଣା । ଖବର ଅନୁଯାୟୀ, ବିଦ୍ୟାଳୟରେ ଅନେକ ସମସ୍ୟା ରହିଛି । ଯେପିରିକ ଖେଳ ପଡିଆ ମରାମତି ହୋଇପାରୁନାହିଁ, ଛାତ୍ରଛାତ୍ରୀଙ୍କ ଖେଳ ସାମଗ୍ରୀ ଦିଆଯାଉନାହିଁ, ଅତ୍ୟଧିକ ବଲ୍‌ ଜଳୁନାହିଁ । ଅଯଥା ଛାତ୍ରମାନଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ଆସୁଛି । ଏହାସହ ଅଧ୍ୟାପକ ନଥିବାରୁ ପାଠପଢା ଅଧାରେ ବାକି ରହିଛି । ଦୀର୍ଘ ବର୍ଷ ହେବ ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଛି । ଯାହାର ସମାଧାନ ପାଇଁ  ପ୍ରିନ୍ସିପାଲ ଓ ଜିଲ୍ଲାପାଳଙ୍କୁ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିଲାନି । ଶେଷରେ ସୋମବାର ଦିନ ନୂଆଡିହି ସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଶହରୁ ଅଧିକ ଛାତ୍ର ଧାରଣା ଦେଇଛନ୍ତି । ପାଞ୍ଚ କିଲୋମିଟର ଚାଲି ଚାଲି ଆସି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ । ସମସ୍ତ ସମସ୍ୟାର ସମାଧାନ ଦାବି ଆନ୍ଦୋଳନ କରୁଛନ୍ତି ଛାତ୍ର ।

Leave A Reply

Your email address will not be published.