କ୍ରୀଡା ଶିକ୍ଷକଙ୍କୁ ନେଇ ନିର୍ମାଣ ହେଲା ବଲିଉଡ୍‌ ଫିଲ୍ମ

ନୂଆଦିଲ୍ଲୀ ୦୮/୦୩; ଶିକ୍ଷକ, ସେ ଦ୍ୱିତୀୟ ଇଶ୍ବର। ଜ୍ଞାନର ଆଲୋକ ଦେଇ ଶିକ୍ଷାର୍ଥୀଙ୍କ ଜୀବନ କରିଥାନ୍ତି ଆଲୋକିଚ। ସେମିତି ଜଣେ ଶିକ୍ଷକ ହେଲେ ନାଗପୁରର ବିଜୟ ବରସେ। ସେ ଜଣେ କ୍ରିଡା ଶିକ୍ଷକ। ନାଗପୁରର କିଛି ବସ୍ତି ପିଲାଙ୍କୁ ସେ କ୍ରୀଡା ମାଧ୍ୟମରେ ଅସାମାଜିକ କାର୍ଯ୍ୟରୁ ନିବୃତ୍ତ କରାଇଛନ୍ତି। ସେ ଅନେକ ସମ୍ମାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତାଙ୍କୁ ଭେଟି ପ୍ରଶଂସା କରିଛନ୍ତି। ତାଙ୍କ ଜୀବନିକୁ ନେଇ ନିର୍ମାଣ ହୋଇଛି ବଲିଉଡ୍‌ ଫିଲ୍ମ ‘ଝୁଣ୍ଡ’। ବିଗ୍‌ ବି ଅମିତାଭ ବଚ୍ଚନ ଏଥିରେ କରିଛନ୍ତି ଅଭିନୟ। ବିଜୟ ବରସେଙ୍କର କ୍ୟାରିଅର ଏକ ମିଶନ୍‌। ୨୦୦୦ମସିହାରେ ନାଗପୁରର ହିସଲୋପ କଲେଜ୍‌ରେ କ୍ରିଡା ଶିକ୍ଷକ ଭାବେ ଯୋଗ ଦେଇଥିଲେ ବିଜୟ। ଦିନେ ସେ ଦେଖିଲେ କିଛି ପିଲା ବର୍ଷାରେ ଗୋଟେ ବାଲ୍‌ଟିକୁ ଫୁଟ୍‌ ବଲ୍‌ ଭାବି ଖେଳୁଛନ୍ତି। ପିଲା ମାନଙ୍କ ନିଶାନା ଭଲ ଥିଲା। ଭଲ ଖେଳୁଥିଲେ ପିଲାମାନେ। ବିଜୟ ସେମାନଙ୍କୁ ନେଇ ଫୁଟ୍‌ ବଲ୍‌ ଦେଲେ। ପିଲାମାନେ ତାକୁ ଖୁସିରେ ଗ୍ରହଣ କଲେ। ସେହି ପିଲାମାନେ ତମ୍ବୁ-କୁଡିଆରେ ପାଖରେ ଥିବା ଜୋପାଡପତି ବସ୍ତିରେ ରହୁଥିଲେ। ଅସାମାଜିକ କାର୍ଯ୍ୟ କରୁଥିଲେ। କାହାକୁ ମାରୁଥିଲେ, କାହା ପକେଟ୍‌ ମାର କରୁଥିଲେ। ଆଖ ପାଖ ଲୋକେ ଏମାନଙ୍କୁ ଘୃଣା କରୁଥିଲେ।

Leave A Reply

Your email address will not be published.