ରାମମନ୍ଦିରରେ ସାମୁହିକ ବିବାହ

ଭୁବନେଶ୍ୱର ୧୪।୦୩ : ଭୁବନେଶ୍ୱରର ରାମମନ୍ଦିରରେ ପ୍ରୟାସ ପକ୍ଷରୁ ୮ମ ସାମୂହିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି । ଗୋଟିଏ ମଣ୍ଡପରେ ୨୫ ଯୋଡ଼ା ବିବାହ ବନ୍ଧନରେ ବାନ୍ଧିହୋଇଛନ୍ତି । ପ୍ରୟାସ ସଂଗଠନ ପକ୍ଷରୁ ଏହି ଆର୍ଥିକ ଅନଗ୍ରସର ଥିବା ବର ଓ କନ୍ୟା ଦାନ ପାଇଁ  ପିତାମାତା ଉପସ୍ଥିତ ରହି ନିରାଡ଼ମ୍ବର ସହ ବିବାହ କାର୍ଯ୍ୟ ସମ୍ପନ କରିଛନ୍ତି। ତେବେ ସକାଳ ୧୧ଟାରୁ ଆର୍ଯ୍ୟ ସମାଜରୁ ବାଜା ନାଚ ଗୀତ ଗାଇ ରୋଷଣ କରି ବର ଯାତ୍ରୀ ପହଞ୍ଚିଥିଲେ । ଏହାପରେ ରାମମନ୍ଦିରରେ ସୁସଜ୍ଜିତ ଥିବା ମଣ୍ଡପର ବେଦିରେ ବିବାହ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଗୋଟିଏ ମଣ୍ଡପରେ ୨୫ ଯୋଡ଼ା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ସାମୁହିକ ବିବାହ ଦ୍ୱାରା ପ୍ରତିକାର ସ୍ୱରୂପ ନବବଧୂକୁ ସଚେତନ କରାଇବା , ଆର୍ଥିକ ଅନଗ୍ରସର ମାନଙ୍କୁ ପ୍ରାଧାନ୍ୟ ଦେବା  , ଯୌତୁକ ବିରୋଧରେ  ସଚେତନତା ଶିକ୍ଷିତ ବାତାବରଣ ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ସାମୁହିକ ବିବାହ ଉତ୍ସବ ଆୟୋଜିତ ହୋଇଛି ବୋଲି ପ୍ରୟାସର ମୁଖ୍ୟ କହିଛନ୍ତି ।

Leave A Reply

Your email address will not be published.