ଭାରତୀୟ ମହିଳା ହକି ଟିମ୍‌ର ଦମଦାର ବିଜୟ

ନୂଆଦିଲ୍ଲୀ, ୧୪|୦୩:  ସୁଟ ଆଉଟରେ ଭାରତୀୟ ମହିଳା ହକି ଟିମର ରୋମାଞ୍ଚକର ବିଜୟ। ସୁଟ ଆଉଟ ୩-୦ରେ ଜର୍ମାନୀକୁ ପରାସ୍ତ କଲା ଭାରତ । କଳିଙ୍ଗ ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ ପ୍ରୋ ଲିଗର ମ୍ୟାଚରେ ନିର୍ଦ୍ଧାରିତ ସମୟ ସୁଦ୍ଧା ୧-୧ ରେ ଡ୍ର ରହିଥିଲା। ପରେ ମ୍ୟାଚ ସୁଟ ଆଉଟକୁ ଯାଇଥିଲା। ହେଲେ ସୁଟଆଉଟରେ ଭାରତୀୟ ମହିଳା ଖେଳାଳି ଆକର୍ଷଣୀୟ ପ୍ରଦର୍ଶନ କରି ୩-୦ରେ ବିଜୟ ହାସଲ କରିଛି। ସୁଟ ଆଉଟରେ ଉଭୟ ଟିମକୁ ୫ଟି ସୁଯୋଗ ମିଳିଥିବା ବେଳେ ଭାରତ ୩ଟି ଗୋଲ କରିଥିବା ବେଳେ ଜର୍ମାନୀ କୌଣସି ଗୋଲ ସ୍କୋର କରିବାରେ ସକ୍ଷମ ହୋଇ ହୋଇଥିଲା। ଶନିବାର ମ୍ୟାଚ ମଧ୍ୟ ସୁଟଆଉଟକୁ ଯାଇଥିଲା। ଯେଉଁଥିରେ ଜର୍ମାନୀ ବିଜୟ ହାସଲ କରିଥିଲା। ଯାହାର ମଧୁର ପ୍ରତିଶୋଧ ନେଲା ଭାରତ।

Leave A Reply

Your email address will not be published.