ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା କରୋନା ପଜିଟିଭ

ଓ୍ୱାସିଂଟନ ୧୪ /୦୩ : ଦୁଇ ଦୁଇ ଥର ଆମେରିକାର ରାଷ୍ଟ୍ରପତି ହୋଇଥିବା ବାରାକ ଓବାମାଙ୍କୁ କରୋନା । ଟ୍ୱିଟ୍ କରି ନିଜେ ଏହି ସୂଚନା ଦେଇଛନ୍ତି । ସେ ଟ୍ୱିଟରେ ଲେଖିଛନ୍ତି ଯେ ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । କିଛି ଦିନ ହେବ ମୋ ଗଳାରେ ଯନ୍ତ୍ରଣା ହୋଇଥିଲା । କିନ୍ତୁ ଏବେ ଟିକେ ଭଲ ଅନୁଭବ କରୁଛି । ଆହୁରି ମଧ୍ୟ ଟ୍ୱିଟରେ ଲେଖାଯାଇଛି ଯେ ମିସେଲ ଏବଂ ମୁଁ ଟିକା ନେଇସାରିଛୁ । ଏବେ ମିସେଲଙ୍କ କରୋନା ପରୀକ୍ଷା ନେଗେଟିଭ ହୋଇଛି । ସେ ଟ୍ୱିଟରେ କହିଛନ୍ତି ଯେ, ସେ ଟିକା ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ଯଦି ଆପଣ ପୂର୍ବରୁ ଟୀକାକରଣ କରିନାହାଁନ୍ତି, ଏବେ କରିନିଅନ୍ତୁ । କହିବାକୁ ଗଲେ କରୋନା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଆଗକୁ ମଧ୍ୟ ଏହାର ପ୍ରକୋପ ଜାରି ରହିବ । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ଅନୁଯାୟୀ ଜାନୁଆରୀ ମଧ୍ୟଭାଗରେ ଦୈନିକ ହାରାହାରି ୮୧୦,୦୦୦ ମାମଲା ତୁଳନାରେ ଆମେରିକାର ଦୈନିକ ମାମଲା ତୀବ୍ର ହ୍ରାସ ପାଇଛି । ଯୁକ୍ତରାଷ୍ଟ୍ରର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) କହିଛି ଯେ ଯୁକ୍ତରାଷ୍ଟ୍ରର ପାଞ୍ଚ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଲୋକ COVID-19 ଟିକା ପାଇଁ ଅତି କମରେ ଗୋଟିଏ ମାତ୍ରା ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.