ଭୟଙ୍କର ହେବ ଯୁଦ୍ଧ

ନୂଆଦିଲ୍ଲୀ, ୧୪|୦୩:  ମିଶାଇଲ, ତୋପ ଏବଂ ରକେଟ୍ ମାଡ଼ ପରେ ଏବେ ରୁଷ-ୟୁକ୍ରେନ୍ ଯୁଦ୍ଧ ନୂଆ ବୀଭିଷିକା ଦେଖିବାର ଆଶଙ୍କା ଉପୁଜିଲାଣି । ଯୁଦ୍ଧ ହୋଇପାରେ ଆହୁରି ଭୟଙ୍କର । କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ରର ପ୍ରୟୋଗ ଆଣିପାରେ ହାହାକାର । ସେପଟେ ଶରଣାର୍ଥୀ ପାଲଟିଥିବା ହଜାର ହଜାର ୟୁକ୍ରେନବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି । ଶରଣାର୍ଥୀମାନେ ମାନବଚାଲାଣ ରାକେଟ୍ ର ଶିକାର ହେବା ଭଳି ଗମ୍ଭୀର ସ୍ଥିତି ଉପୁଜିଲାଣି । କେମିତି ଥମିବ ଯୁଦ୍ଧ, ସେନେଇ ସାରା ଦୁନିଆ ଆଶା କରି ବସିଥିବା ବେଳେ ପୁଣିଥରେ ପୁଟିନଙ୍କୁ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି ଜେଲେନସ୍କି । ରୁଷ ୟୁକ୍ରେନ୍ ଯୁଦ୍ଧ ହୋଇପାରେ ଆହୁରି ଭୟଙ୍କର । କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ରର ବ୍ୟବହାର ଆଣିପାରେ ହାହାକାର । ଏଯାଏଁ ତୋପ, କମାଣ, ଟ୍ୟାଙ୍କ ଏବଂ ମିଶାଇଲ୍ ରେ ଚାଲିଛି ହମଲା । ଏଥିରେ ସହର ପରେ ସହର ପାଲଟି ଯାଉଛି ଧ୍ବଂସସ୍ତୁପ । କିନ୍ତୁ ଏହାଠାରୁ ଆହୁରି ଭୟଙ୍କର ହୋଇପାରେ କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ର । ରୁଷର ଅଭିଯୋଗ, ଆମେରିକା ସହ ମିଶି ୟୁକ୍ରେନ୍ ତିଆରି କରୁଛି କେମିକାଲ ଏବଂ ବାୟୋଲୋଜିକାଲ୍ ଅସ୍ତ୍ର । ସେପଟେ ୟୁକ୍ରେନ୍ କହିଛି, ଆଉ ଉପରେ ଯଦି ରୁଷ ଏସବୁ ମାରାତ୍ସକ ଅସ୍ତ୍ର ପ୍ରୟୋଗ କରେ ତେବେ ରୁଷକୁ ଭୋଗିବାକୁ ପଡିବ ପରିଣାମ । ସେପଟେ ଆମେରିକା ଅଭିୟୋଗ କରି କହିଛି, ଚେର୍ନୋହିବ ଆଣବିକ କେନ୍ଦ୍ର ଦଖଲ କରିବା ପଛରେ ବଡ କାରଣ ହେଉଛି ୟୁକ୍ରେନ୍ ଉପରେ କେମିକାଲ ଅସ୍ତ୍ର ପ୍ରୟୋଗ କରିବା ।

Leave A Reply

Your email address will not be published.