ସରଗରମ ବାଲିଗୁଡ଼ା ପୌର ନିର୍ବାଚନ

ବାଲିଗୁଡ଼ା : କମ୍ପୁଛି ମଇଦାନ, ଜମୁଛି ପ୍ରଚାର୍ । ସରଗରମ ହେବାରେ ଲାଗିଛି ବାଲିଗୁଡ଼ା ପୌର ନିର୍ବାଚନ । ପାର୍ଥୀ ବି ବେଶ୍ ଆଶାବାଦୀ ହେଇଛନ୍ତି । ବିକାଶ ଧାରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ମଙ୍ଗ ଧରିଛନ୍ତି ୩ ପ୍ରମୁଖ ଦଳ । ବୁଧବାର ବାଲିଗୁଡ଼ା ସହର ର କେତକ ୱାର୍ଡ ରେ ସାଂସଦ ଡ଼ଃ. ଅଚ୍ୟୁତ ସାନମନ୍ତ ଓ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ବିଜେଡି ଅଧକ୍ଷ ପାର୍ଥୀ ଗୋବିନ୍ଦ ପ୍ରଧାନ ଓ କାଉନସିଲର ମାନଙ୍କ ପାଇଁ ଯୋରଦାର ପ୍ରଚାର କରିଥିଲେ l ପୌର ନିର୍ବାଚନ ପ୍ରଚାର ଅବସରରେ ବାଲିଗୁଡ଼ାର ବିଭିନ୍ନ ୱାର୍ଡରେ ବୈଠକ କରି ମନ୍ତ୍ରୀ ପ୍ରତାପ ଜେନା ଓ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ,ସହପ୍ରଭାରୀ କିଶୋର ମେହର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ,ବାଲିଗୁଡା ବିଧାୟକ ଚକ୍ରମଣି କହଁର, କ. ନୂଆଗାଁ ବ୍ଳକ ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି ଟୁନା ଦାସ, ପୂର୍ବତନ ପୌରଅଧ୍ୟକ୍ଷ ଲୋକନାଥ ପାଢୀ, ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଲିକ ପ୍ରମୁଖ ପ୍ରଚାର କରିବା ସହ କର୍ମୀ ମାନଙ୍କୁ ଏକଜୁଟ ହୋଇ ନିଷ୍ଠା ର ସହ ପାର୍ଥୀ ଙ୍କ ସହ ଭୋଟର ଙ୍କ ପାଖକୁ ଯାଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ଲାଗି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l ଉକ୍ତ ନିର୍ବାଚନ ପ୍ରଚାରରେ ଚେୟାରମେନ ପ୍ରାର୍ଥୀ ଗୋବିନ୍ଦ ପ୍ରଧାନ ଓ ୱାର୍ଡ ମେମ୍ବର ପ୍ରାର୍ଥୀ ଓ ପ୍ରାର୍ଥୀନୀ ଙ୍କ ପାଇଁ ନଗର ଉନ୍ନୟନ ମନ୍ତ୍ରୀ . ପ୍ରତାପ ଜେନା ଓ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତାନନ୍ଦ ସାମନ୍ତ ପ୍ରମୁଖ ଭୋଟ ଭିକ୍ଷା କରିଥିଲେ l ମନ୍ତ୍ରୀ ଓ ସାଂସଦ ଙ୍କ ଉପସ୍ଥିତି ପ୍ରଚାର କୁ ସରଗରମ କରିଥିଲା lଫଳରେ ବାଲିଗୁଡ଼ାରେ ବିଜେଡି ର ପଲ୍ଲା ଭାରି ଥିବା ଦେଖିବାକୁ ମିଳିଛି l ସେହି ପରି ବିଜେପି ଓ କଂଗ୍ରେସ ପ୍ରାର୍ଥୀ ମାନେ ମଧ୍ୟ ପ୍ରଚାରକୁ ଯୋରଦାର କରିଛନ୍ତି।

Leave A Reply

Your email address will not be published.