ଆତ୍ମହତ୍ୟା କରିଛନ୍ତି ନିର୍ଦ୍ଦେଶକଙ୍କ ପୁଅ ମନନ

ନୂଆଦିଲ୍ଲୀ ୨୦।୦୩ : ଫିଲ୍ମ ‘ତୋରବାଜ’ ନିର୍ଦ୍ଦେଶକ ଗିରିଶ ମଲିକଙ୍କ ଘରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯାହା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଶୁକ୍ରବାର ଦିନ ଗିରିଶଙ୍କ ପୁଅ ମନନ ପଞ୍ଚମ ମହଲାରୁ ଖସିପଡି ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁବେଳକୁ ମନନଙ୍କ ମୃତ୍ୟୁର କାରଣ ଜଣା ପଡି ନଥିଲା। ବର୍ତ୍ତମାନ ସୂଚନା ମିଳିଛି କି ମନନ୍ ଆତ୍ମହତ୍ୟା କରିଛନ୍ତି। ତାହା ପୁଣି ରାଗରେ ଆସି ସେ ଓବରୋଇ ସ୍ପ୍ରିଙ୍ଗ୍ସ ବିଲ୍ଡିଂର ପଞ୍ଚମ ମହଲାରୁ ଡେଇଁପଡିଥିଲେ । ମନନଙ୍କ ବୟସ ମାତ୍ର ୧୮ ବର୍ଷ ହୋଇଥିଲା । ସିଦ୍ଧାର୍ଥ ଡାକ୍ତରଖାନାରେ ଗତକାଲି ମନନଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା। ଇ-ଟାଇମ୍ସ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ମନନଙ୍କୁ ମଦ୍ୟପାନ କରିବାକୁ ମନା କରାଯାଇଥିଲା। ନିର୍ଦ୍ଦେଶକ ଏବଂ ତାଙ୍କ ପୁଅଙ୍କ ମଧ୍ୟରେ ଖୁବ୍‌ ଝଗଡା ହୋଇଥିଲା ପରେ ସେ ରାଗରେ ଆସି ବାହାରକୁ ଡେଇଁପଡିଥିଲେ। ଘଟଣାକୁ ନେଇ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ହୋଲି ଖେଳିବା ପରେ ମନନଙ୍କୁ ମଦ ପିଇକି ଘରକୁ ଆସିଥିଲେ । ଏହାପରେ ଘରେ ପୁଣି ଥରେ ମଦ ପିଇଥିଲେ । ଗିରିଶ ଏସବୁକୁ ଦେଖି ମନା କରିଥିଲେ କିନ୍ତୁ ସେ ତାଙ୍କ କଥା ଶୁଣିଲେ ନାହିଁ। ମନନ  ବାପାଙ୍କ ସହ ମା’ଙ୍କ ଉପରେ ରାଗିଥିଲେ।  ଦୁହିଁଙ୍କ ମଧ୍ୟରେ ଖୁବ୍‌ ଝଗଡା ହୋଇଥିଲା ପରେ ମନନ ରାଗି ଯାଇ ବାହାରକୁ ଡେଇଁ ପଡିଥିଲେ।ମନନଙ୍କର ଶେଷକୃତ୍ୟ ଦିଲ୍ଲୀରେ ହିଁ ଅନୁଷ୍ଠିତ ହେବ ।

Leave A Reply

Your email address will not be published.