ବାହା ହେବାକୁ ଆସି ବନ୍ଧା ହେଲା ୪୨୦

କଣ୍ଟାବାଞ୍ଜି ୨୨।୦୩ : ସାଙ୍ଗରେ ଆଣିଛନ୍ତି ନକଲି ସୁନା ଗହଣା । ଅସଲି କନିଆଁକୁ ବାହା ହେବାକୁ ଆସିଛି ନକଲି ବର । ଏଭଳି ଜଣେ ଠକ ବରକୁ କାବୁ କରି ଉତ୍ତମ ମଧ୍ୟମ ଦେଇଛନ୍ତି ଗ୍ରାମବାସୀ । ଟିଟିଲାଗଡ଼ ଉପଖଣ୍ଡ ଚାଉଳଶୁଖା ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଖବର ଅନୁଯାୟୀ , ନିଜକୁ କଳାହାଣ୍ଡି ଅଞ୍ଚଳର ସଞ୍ଜୟ ସାହୁ କହି ଚାଉଳସୁଖା ଗାଁର ଜଣେ ଝିଅ ବାହାଘର ସ୍ଥିର ହୋଇଥିଲା। ଝିଅ ଘରକୁ ନକଲି ଘର ଦେଖାଇବା ସହ ଅନ୍ୟ ଏକ ଗାଁ ଦେଖାଇ ବାହାଘର ପାଇଁ ଦିନ ଧାର୍ଯ୍ୟ ମଧ୍ୟ ହୋଇଥିଲା। ହେଲେ ବାବୁ ଜଣଙ୍କ ବାହା ଲଗ୍ନର ଚାରି ଘଣ୍ଟା ପରେ ଏକାକୀ ଆସିବା ସହ ବାଟରୁ ଜଣେ ପଣ୍ଡିତଙ୍କୁ ଉଠାଇ ଆଣିଥିଲେ। ବରଯାତ୍ରୀରେ କେବଳ ବରକୁ ଦେଖି ଗ୍ରାମବାସୀଙ୍କ ମନରେ ସନ୍ଦେହ ଉପୁଜିଥିଲା । ଆଉ ପରିଚୟ ଖୋଜିବାରୁ ବାବୁଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡିବା ପରେ ଗ୍ରାମବାସୀମାନେ ତାଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ସେପଟେ ଖବର ପାଇ କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଗ୍ରାମବାସୀମାନେ ପୋଲିସ ଗାଡି ସହ ନକଲି ବରକୁ ଅଟକ ରଖିଛନ୍ତି।

Leave A Reply

Your email address will not be published.