ପ୍ରଚାରର ଶେଷ ଦିନ, ଝାଡୁ ଧରି ସଫେଇ ସହ ପ୍ରଚାର କରୁଛନ୍ତି ପାର୍ଥୀ

ଭଦ୍ରକ ୨୨/୦୩: ପୌର ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ପ୍ରାର୍ଥୀ ମାନେ ପ୍ରଚାରର ଶେଷ ଦିନରେ ପ୍ରଚାର ଜୋରଦାର କରୁଛନ୍ତି । ଭଦ୍ରକ ପୋୖରାଞ୍ଚଳ ଅଧିନ ୧୨ ନମ୍ବର ୱାର୍ଡର କାଉନସିଲର ପ୍ରାର୍ଥୀ ଅଭିନବ ଉପାୟରେ ପ୍ରଚାର କରୁଛନ୍ତି । ବିଜେପିର କାଉନସିଲର ପ୍ରାର୍ଥୀ ଶିବ ଦାସ ରାୟ ନିଜ ଅଞ୍ଚଳରେ ସଫେଇ କରିବା ସହ ପ୍ରଚାର କରୁଛନ୍ତି । ନିଜ ୱାର୍ଡର ଗଳିକନ୍ଦିରେ ନିଜ ସମର୍ଥକଙ୍କ ସହ ବୁଲିବୁଲି ଝାଡୁ ମାରିବା ସହ ସଫେଇ କରୁଛନ୍ତି । ନିଜ ଅଞ୍ଚଳର ବିକାଶ ପ୍ରତି ସବୁବେଳେ ଧ୍ୟାନ ଦେଉଥିଲେ ଓ ଆଗାମୀ ଦିନରେ ମଧ୍ୟ ନିଜ ୱାର୍ଡ ପାଇଁ କାମ କରିବେ ବୋଲି କହିଛନ୍ତି । ତେବେ ସଫେଇ ମାଧ୍ୟମରେ ପ୍ରଚାର କରିବା ସହ ଭୋଟରଙ୍କ ନିକଟତମ ହେଉଛନ୍ତି ପ୍ରାର୍ଥୀ ।

Leave A Reply

Your email address will not be published.