କାଳିଆ ପଢିଆରୀ ହତ୍ୟା ଘଟଣା, ଆଉ ୪ ଅଭିଯୁକ୍ତ ଗିରଫ

ପୁରୀ ୨୨।୦୩ : କାଳିଆ ପଢିଆରୀ ହତ୍ୟା ଘଟଣାରେ ବଢିଲା ଗିରଫ ସଂଖ୍ୟା । ଆଉ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୁରୀ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ହରି ପଣ୍ଡା, କୁନମୁନ ସୁଆର ଏବଂ ଟୁଟୁ ମହାପାତ୍ର । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ହୋଇଥିବା ଟୁଟୁ ମହାପାତ୍ର ନାଁରେ ରାଜ୍ୟର ବିଭିନ୍ନ ସ୍ଥାନରେ ରହିଛି ଅନେକ ଅପରାଧିକ ମାମଲା । ବ୍ରହ୍ମପୁର ଚିକେନ ରବି ହତ୍ୟା ଘଟଣାର ମୁଖ୍ୟ ଆସାମୀ ଟୁଟୁ ମହାପାତ୍ର । ଖବର ଅନୁଯାୟୀ, କାଳିଆ ପଢ଼ିଆରୀ ହତ୍ୟା ଘଟଣାରେ ପୁରୀ ପୋଲିସ ଆଉ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ତିନିଜଣଙ୍କ ନାମ ଏତଲାରେ ରହିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତମାନଙ୍କୁ ଫେରାର କରାଇବାରେ ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ଅଭିଯୋଗରେ ଅଟକ ରଖାଯାଇଛି। କାଳିଆ ପ୍ରତିହାରୀକୁ ଟୁଟୁ ମହାପାତ୍ର, କୁନମୁନି ସୁଆର, ହରି ପଣ୍ଡା ହତ୍ୟା କରିଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ପୁରୀ ସଦର ଥାନା ଅନ୍ତର୍ଗତ ଆମ୍ବପଡା ଗାଁର ଜଗନ ଖଟେଇ ବୋଲି ଜଣାପଡିଛି । ସେପଟେ ଗତକାଲି ପୋଲିସ କାଳିଆ ସିଂହାରୀ ଓ ତାଙ୍କ ପୁଅ ଦୋଳଗୋବିନ୍ଦ ସିଂହାରୀ, କାଳୁ ପାଣିଗ୍ରାହୀ, ବାବା ମହାପାତ୍ର, ମୁନା ପାତ୍ର ଓ ସନ୍ଦୀପ ଜେନାଙ୍କୁ ଗିରଫ କରିଥିଲା। କାଳିଆକୁ ଫାୟାରିଂ ସମୟରେ ବାବା ମହାପାତ୍ର ସମେତ କୁନମୁନି ସୁଆର, ଟୁଟୁ ମହାପାତ୍ର ଓ ହରି ପଣ୍ଡା ଉପସ୍ଥିତ ଥିବା ଏତଲାରେ ଉଲ୍ଲେଖ ରହିଛି। ତେଣୁ ଏହି ୪ ଜଣ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ଗତକାଲି ପୋଲିସ କେବଳ ବାବା ମହାପାତ୍ରକୁ ଗିରଫ କରିଥିବା ବେଳେ ଅନ୍ୟ ୩ଜଣ କୁନମୁନି, ଟୁଟୁ ଓ ହରି ପଣ୍ଡା ଫେରାର ଥିଲେ। ଏହି ଘଟଣାରେ ସୋମବାର ୬ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୦ରେ ପହଞ୍ଚିଛି। 

Leave A Reply

Your email address will not be published.