ତୃତୀୟ ଥର ପାଇଁ ମାଆ ହେବେ ଡିମ୍ପି ଗାଙ୍ଗୁଲି

ନୂଆଦିଲ୍ଳୀ ୨୨।୦୩ : ରାହୁଲ ମହାଜନଙ୍କ ପୂର୍ବତନ ପତ୍ନୀ ଡିମ୍ପି ଗାଙ୍ଗୁଲି ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି। ଏହି ଖୁସି ଖବରକୁ ଡିମ୍ପି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଘୋଷଣା କରିଛନ୍ତି । ରୋହିତ ରୟଙ୍କ ଠାରୁ ଡିମ୍ପିଙ୍କର ଦୁଇଟି ସନ୍ତାନ ଅଛି। ସୋସିଆଲ ମିଡିଆରେ ଡିମ୍ପି ତାଙ୍କ ଦୁଇ ପିଲାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିବା ସହ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି । କହିବାକୁ ରାହୁଲ ମହାଜନଙ୍କ ଠାରୁ ଛାଡପତ୍ର ନେବା ପରେ ଡିମ୍ପି ତାଙ୍କ ଘନିଷ୍ଠ ବନ୍ଧୁ ରୋହିତଙ୍କୁ ବିବାହ କରିଥିଲେ ।

Leave A Reply

Your email address will not be published.