ଭିକ ମାଗି ପୁଅକୁ ସ୍କୁଟି କିଣିବାକୁ ମାଆ ଦେଲେ ଟଙ୍କା

ନୂଆଦିଲ୍ଲୀ,୦୨/୦୪: ଅତୁଳନୀୟ ମାଆର ମମତା। ନିଶ୍ବାର୍ଥପର ତା ଭଲପାଇବା। ମାଆ ସ୍ନେହରେ ନଥାଏ କୌଣସି ସର୍ତ୍ତ । ପିଲାର ଖୁସି ପାଇଁ ମାଆ ଯେକୌଣସି ପ୍ରତିବନ୍ଧକକୁ ପାର କରିପାରେ। ସେମିତି ଏକ ଉଦାହରଣ ମିଳିଛି ପଶ୍ଚିମବଙ୍ଗରୁ। ପୁଅ ସ୍କୁଟି କିଣିବ ବୋଲି ମା’ ଭିକ ମାଗି ଟଙ୍କା ସଞ୍ଚୟ କରିଥିଲେ। ୮୦ ହଜାର କଏନକୁ ନେଇ ପୁଅ ପହଞ୍ଚିଳେ ଶୋ ରୁମ୍‌, କିଣିଲେ ନୂଆ ସ୍କୁଟି। ପଶ୍ଚିମବଙ୍ଗର ନାଦିଆ ଜିଲ୍ଲାରେ ବାସ କରନ୍ତି ରାକେଶ ପାଣ୍ଡେ। ସେ ଜଣେ ଦିନ ମଜୁରାଆ। ତାଙ୍କ ମା କିନ୍ତୁ ଭିକ ମାଗି ପରିବାର ଚଲାଇବାରେ ସାହାଯ୍ୟ କରନ୍ତି। ନିକଟରେ ରାକେଶ ବାଲ୍‌ଟିଏ ଖୁଚୁରା ଟଙ୍କା ନେଇ ସୋ ରୁମ୍‌ରେ ପହଞ୍ଚିଥିଲେ। ବଡ ବାଲ୍ଟିରେ ଥିଲା ୮୦ ହଜାର ଟଙ୍କାର କଏନ୍‌। ରାକେଶଙ୍କ ହାତରେ ମୁଦ୍ରା ଭର୍ତ୍ତି ବାଲଟି ଦେଖି ସୋ’ରୁମ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ରାକେଶଙ୍କ ଠାରୁ ସବୁ ଶୁଣିବା ପରେ ସୋ’ରୁମର କର୍ମଚାରୀମାନେ ସ୍କୁଟି ଦେବାକୁ ରାଜି ହୋଇଯାଇଥିଲେ। ରାକେଶଙ୍କ ଠାରୁ ମୁଦ୍ରା ଭର୍ତ୍ତି ବାଲ୍ଟିଟି ନେଇଥିଲେ। କଏନକୁ ଗଣିବା ଆରମ୍ଭ ହୋଇଥିଲା। ରାକେଶଙ୍କର ଗୋଟେ ସ୍କୁଟି କିଣିବର ସ୍ବପ୍ନ ଥିଲା। ଏ ବିଷୟରେ ତାଙ୍କ ମାଆ ଜାଣିଥିଲେ। ଆଉ ପୁଅର ସ୍ବପ୍ନ ପୂରଣ କରିବା ପାଇଁ ସେ ଟଙ୍କା ସଞ୍ଚୁଥିଲେ। ତାଙ୍କ ଭିକ୍ଷାରୁ ସେ ପୁଅ ପାଇଁ ଟଙ୍କା ରଖିଥଲେ। ସଞ୍ଚୟ କରିଥିବା ଟଙ୍କାକୁ ସୋ ରୁମ୍‌ ଆଣିବାକୁ ରାକେଶଙ୍କ ପାଖରେ ବ୍ୟଗ ନଥିଲା। ତେଣୁ ସେ ବାଲଟିରେ ଏସବୁ ଟଙ୍କା ନେଇ ସୋ ରୁମ୍ ଆସିଥିଲେ। ରାକେଶ କୁହନ୍ତି, ମୁଁ ଆଶା କରି ନଥିଲି ଯେ ମାଆ ମୋ ପାଇଁ ଏତେ ଟଙ୍କା ଜମା କରି ସ୍କୁଟି କିଣିବାକୁ କହିବେ। ଏଥିପାଇଁ ମୁଁ ବହୁତ ଖୁସି। ଭଗବାନଙ୍କୁ ଏତିକି ପ୍ରାର୍ଥନା ସବୁ ଜନ୍ମରେ ମୁଁ ମୋ ମା’ କୋଳରେ ଜନ୍ମ ‌ନିଏ।

Leave A Reply

Your email address will not be published.