ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲା, ଆଜି ସରୁଛି ସମସ୍ତ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି

କଟକ ୦୨।୦୪: ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତଙ୍କ ରିମାଣ୍ଡର ଆଜି ଶେଷ ଦିନ । ରିମାଣ୍ଡ ସମୟରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କଠାରୁ ଅନେକ ତଥ୍ୟ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡ ସ୍ଥାନ ଦୟାଲ ଆଶ୍ରମରୁ ଶବ ପୋତିବା ସ୍ଥାନ ରଣପୁରର ବଧିପାଟଣାକୁ ମାନସଙ୍କ ମୃତଦେହ ନେବାରେ ଶର୍ମିଷ୍ଠା ଏବଂ ଝୁନାଙ୍କର ମୁଖ୍ୟ ଭୂମିକା ଥିଲା । ଅନ୍ୟ ଅଭିଯୁକ୍ତ ଭାଗ୍ୟଧର ଓ ରଞ୍ଜନ ମଧ୍ୟ ମୃତଦେହ ପୋତିବାରେ ସହାୟତା କରିଥିଲେ । ଖବର ଅନୁଯାୟୀ,  ଶର୍ମିଷ୍ଠା ଏବଂ ଝୁନା ଭୁଵନେଶ୍ବର ୧ନମ୍ବର ମାର୍କେଟରୁ କିଣିଥିଲେ ଅଖା,ଗ୍ଲୋଵସ ଏବଂ ସୁତୁଲି । ଏହାପରେ ବାଟରେ ରାଜସୁନାଖଳାରୁ କିଣିଥିଲେ ୧୦ କିଲୋ ଲୁଣ । ବଧିପାଟଣାରେ ଲୁଣ ଦେଇ ମାନସଙ୍କ ମୃତଦେହକୁ ପୋତା ଯାଇଥିଲା । ଭାଗ୍ୟଧର ଓ ରଞ୍ଜନ ରାଜସୁନାଖଳାରୁ କୋଦାଳ ଓ ଗଇଁତି କିଣିଥିଲେ । ସେହି କୋଦାଳ, ଗଇଁତି ବ୍ୟବହାର କରି ମାନସ ମୃତଦେହ ପୋତିବା ଲାଗି ଗାତ ଖୋଳିଥିଲେ । ଶୁକ୍ରବାର ହତ୍ୟାକାଣ୍ଡର ସ୍ଥାନ ଚିହ୍ନାଇଥିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଚାନ୍ଦବାଲି ପଳାସପୁରରୁ ଭୁବନେଶ୍ବର ଦୟାଲ ଆଶ୍ରମ ଏବଂ ରଣପୁରର ମୃତଦେହ ପୋତା ଯିବା ସ୍ଥାନରେ କ୍ରାଇମ ସିନ ରିକ୍ରିଏସନ କରିଥିଲେ ଶର୍ମିଷ୍ଠା । ତେବେ କ୍ରାଇମଵ୍ରାଞ୍ଚ ନିକଟରେ ସବୁ ସତ ସ୍ବୀକାର କରିଥିବା ସୂଚନା ଦେଇଛି କ୍ରାଇମଵ୍ରାଞ୍ଚ ମୁଖ୍ୟାଳୟ ।

Leave A Reply

Your email address will not be published.