ଜୁଲାଇ ୧ରେ ମହାପ୍ରଭୁ ରଥଯାତ୍ରା, ଗୁରୁବାର ବସିବ ପ୍ରଥମ ସମନ୍ବୟ କମିଟି ବୈଠକ

ପୁରୀ ୦୫।୦୫:  ଜୁଲାଇ ୧ରେ ବିଶ୍ବନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଏହି ଉପଲକ୍ଷେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡ୍ ଜନିତ କଟକଣା ପାଇଁ ଦୁଇବର୍ଷ ଧରି ରଥଯାତ୍ରା ସମନ୍ବୟ ବୈଠକ ବନ୍ଦ ରହିବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଣିଥରେ ସମନ୍ବୟ ବୈଠକ ଡକାଯାଇଛି। ଗୁରୁବାର ପୁରୀରେ ବସିବ ପ୍ରଥମ ସମନ୍ବୟ ବୈଠକ । ପୁରୀ ସ୍ବତନ୍ତ୍ର ସର୍କିଟ୍ ହାଉସ୍ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ସ୍ବାସ୍ଥ୍ୟ ଓ ପରିମଳ ସେବା,ପାନୀୟ ଜଳ ଯୋଗାଣ,ରାସ୍ତାଘାଟ ମରାମତି ଓ ବିଦ୍ୟୁତ ଯୋଗାଣ ସଂପର୍କରେ ଆଲୋଚନା କରାଯିବ ।ସେପଟେ ଶ୍ରୀନଅର ସ୍ଥିତ ରଥଖଳାର ଚାରିପଟେ ଧଳାକନା ଗୁଡାଯାଇ ୩ରଥର ତୁମ୍ବ ନିର୍ମାଣ ଜାରି ରହିଛି । । ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ରଥନିର୍ମାଣ କାମ । ଭୋଇ ସେବାୟତମାନେ ରଥଖଳାରେ ଆବଶ୍ଯକ କାଠ ପହଞ୍ଚାଇବା ପରେ କରତି ସେବାୟତମାନେ ତୁମ୍ବ ନିର୍ମାଣ ପାଇଁ ଫାଶି କାଠ ଚିରଟ କରିଛନ୍ତି । ପ୍ରଥମ ଦିନରେ ୩ ରଥ ପାଇଁ ତୁମ୍ବ ନିର୍ମାଣ କରାଯାଇଛି । ପ୍ରାଥମିକ ଭାବରେ ୩ରଥ ପାଇଁ ୪୨ଟି ଚକର ଆବଶ୍ଯକତା ଥିବାବେଳେ ୪୨ଟି ତୁମ୍ବ ନିର୍ମାଣ କାର୍ଯ୍ୟ କରୁଛନ୍ତି ବିଶ୍ବକର୍ମା ମହାରଣା ଓ କରତି ସେବାୟତ ।

Leave A Reply

Your email address will not be published.