ବଦଳିଲା ଅଟଳ ପେନସନ୍‌ ଯୋଜନା ନିୟମ, ୧ ଅକ୍ଟୋବର ପରେ ଆୟକରଦାତା କରିପାରିବେନି ନିବେଶ

ନୂଆଦିଲ୍ଲୀ ୧୧।୮: ଅସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପେନସନ୍ ସୁବିଧା ଲାଗି ଦେଶରେ ଆରମ୍ଭ କରାଯାଇଥିବା ଅଟଳ ପେନସନ୍ ଯୋଜନା (ଏପିୱାଇ)ରେ ସରକାର ବଡ଼ ପରିବର୍ତ୍ତନ କରିଛନ୍ତି। ପରିବର୍ତ୍ତନ ଅନୁସାରେ ୧ ଅକ୍ଟୋବର ୨୦୨୨ ପରେ ଏହି ଯୋଜନାରେ ଏପରି ଲୋକେ ନିବେଶ କରିପାରିବେନି ଯିଏ ଆୟକର ପୈଠ କରୁଛନ୍ତି। ଏ ନେଇ ସରକାର ନୋଟିଫିକେସନ ଜାରି କରିଛନ୍ତି। ଦେଶରେ ଏପିୱାଇ ୨୦୧୫-୧୬ ମସିହାରେ ଆରମ୍ଭ ହୋଇଥିଲା। ଏହି ଯୋଜନା ଖାସ ଏପରି ଲୋକଙ୍କ ଲାଗି ଆରମ୍ଭ କରାଯାଇଥିଲା ଯେଉଁମାନେ ଅନ୍ୟ ସରକାର ପେନସନ ଯୋଜନାର ଲାଭରୁ ବଞ୍ଚିତ। ମାତ୍ର ୬ ବର୍ଷରେ ୪ କୋଟି ଲୋକେ ନିଜକୁ ଏହି ଯୋଜନା ଅନ୍ତର୍ଗତ କରିଛନ୍ତି। ୨୦୨୧ ମସିହାରେ ୯୯ ଲକ୍ଷ ଲୋକେ ନିଜକୁ ଯୋଜନାରେ ସାମିଲ କରିଛନ୍ତି। ପେନସନଫଣ୍ଡ ରଗ୍ୟୁଲେଟରୀ ଏଣ୍ଡ ଡେଭଲପମେଣ୍ଟ ଅଥରିଟିଙ୍କ ଅନୁସାରେ ୨୦୨୨ ଶେଷ ସୁଦ୍ଧା ଏହି ଯୋଜନାରେ ୪.୦୧ କୋଟି ଲୋକେ ନିବେଶ କରୁଥିବେ।

Leave A Reply

Your email address will not be published.