ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଫୁଟି ଗାଈ ଗୁରୁତର

ଖଲ୍ଲିକୋଟ ୧୧/୧୧: ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ଏକ ବୋମା ଫୁଟି ଗୋଟିଏ ଗାଈ ଗୁରୁତର । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକ କାଠଗଡା ଅଂଚଳରେ । ଯାହାକୁ ନେଇ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ଗୁରତର ଗାଈର ଚିକିତ୍ସା ଚାଲିଛି । ମିଳିଥିବା ସୂଚନାନୁଯାୟୀ ମଲାଡ଼ ପଞ୍ଚାୟତର ବାବୁ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କ ଗାଈଟି କାଠଗଡା ଅଞ୍ଚଳରେ ଏକ ପଡିଆରେ ଚରୁଥିବା ବେଳେ ସେଠାରେ ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମାକୁ ଗାଈଟି କାମୁଡି ଦେଇଥିଲା । ଯାହା ଫଳରେ ବୋମାଟି ଫୁଟିଯାଇଥିଲା । ଗାଈର ମୁଖ ଭାଗରେ ଗଭୀର ଆଘାତ ଲାଗିଥିଲା । ଫଳରେ ଗାଈଟି ଗୁରୁତର ହୋଇ ପଡିଥିଲା । ତେବେ ବୋମା ଖଞ୍ଜିଥିବା ବ୍ୟକ୍ତି କିଏ ତାହା ଜଣାପଡ଼ିନାହିଁ ।

Leave A Reply

Your email address will not be published.