‘ମହାଲକ୍ଷ୍ମୀ’ ବସ୍‌କୁ ପିଟିଲା ଟ୍ରକ: ଜଣେ ମୃତ

ସମ୍ବଲପୁର ୧୧/୧୧: ସମ୍ୱଲପୁର ଠେଲକୋଲଇ ଥାନା ଖିଣ୍ଡା ଛକ ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଟ୍ରକକୁ ପଛ ପଟୁ ପିଟିଲା ‘ମହାଲକ୍ଷ୍ମୀ’ ବସ୍ । ୧ ମୃତ, ୨୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଜଣଙ୍କର ଗୋଡ କଟି ଲାଗି ରହିଥିବାବେଳେ ଗ୍ୟାସ୍‌ କଟର ସାହାଯ୍ୟରେ କାଟି ବାହାର କରାଯାଇଛି ।  ଆହତଙ୍କୁ ଉଦ୍ଧାର କରି ବୁର୍ଲା ଏବଂ ଝାରସୁଗୁଡା ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉକି, ସକାଳେ ‘ମହାଲକ୍ଷ୍ମୀ’ ନାମକ ଯାତ୍ରୀବାହୀ ବସ୍‌ଟି ଝାରସୁଗୁଡ଼ାରୁ ସମ୍ବଲପୁର ଅଭିମୁଖେ ଆସୁଥିଲା । ଖିଣ୍ଡା ଛକ ନିକଟରେ ଏକ ବସ୍‌ଟି ଦ୍ରୁତଗତିରେ ଆସି ଟ୍ରକ୍‌କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ଅନେତ ଯାତ୍ରୀ ଆହତ ହୋଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.