ଜାମ୍ମୁ-କାଶ୍ମୀରରେ ସୁରକ୍ଷାବଳକୁ ସଫଳତା, ଏନକାଉଣ୍ଟରରେ ଟଳିଲେ ଦୁଇ ଆତଙ୍କୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ପୁଣି ଆତଙ୍କୀ ହଲଚଲ । ସୋପିଆନ୍‌ରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାମୁହାଁ ହୋଇଛନ୍ତି । ଅପରେସନ ବେଳେ ସେନା ଉପରକୁ ଗୁଳି ଚଳାଇଥିଲେ ଆତଙ୍କବାଦୀ । ଯବାନଙ୍କ ପାଲଟା ଆକ୍ରମଣରେ ଦୁଇ ଜଣ ଆତଙ୍କବାଦୀ ଟଳିପଡ଼ିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ନାଗରିକ ଥିବା ଜଣାପଡ଼ିଛି । ପୋଲିସର କହିବା ଅନୁଯାୟୀ, ଶୁକ୍ରବାର ସକାଳୁ ସୋପିଆନ୍‌ରେ ଆତଙ୍କବାଦୀ ଲୁଚି ଥିବା ସୂଚନା ମିଳିବା ପରେ ଛାନବିନ୍ ଆରମ୍ଭ କରିଥିଲା ସେନା । ଏହି ଅପରେସନରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି ସୁରକ୍ଷାବଳ । ମୃତ ଦୁଇ ଆତଙ୍କୀଙ୍କ ମଧ୍ୟରୁ ଜଣେ ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି । କାମରାନ ଭାଇ ଓରଫ ହନିସ୍ ଜୈଶ-ଏ-ମହମ୍ମଦ ସଂଗଠନର ସଦସ୍ୟ । ସେ କୁଲଗାମ-ସୋପିଆନ୍ ଅଞ୍ଚଳରେ ସକ୍ରିୟ ଥିଲା । ଅନ୍ୟଜଣ ଅତଙ୍କୀର ଏପର୍ଯ୍ୟନ୍ତ ପରିଚୟ ମିଳିନଥିବା କହିଛନ୍ତି ପୋଲିସ ଅଧିକାରୀ ।

Leave A Reply

Your email address will not be published.