ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଗିରଫ, ଗୁରୁବାରଠୁ ଅଟକ ରଖିଥିଲା ଇଡି

ଭୁବନେଶ୍ୱର ୧୧।୧୧: ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଗିରଫ । ଅର୍ଚ୍ଚନା-ଜଗବନ୍ଧଙ୍କୁ ଆର୍ଥିକ କାରବାର ଲିଙ୍କ ନେଇ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ଇଡି । ଗୁରୁବାରଠୁ ପଚରାଉଚରା କରୁଥିଲା ଇଡି । ଖବର ଅନୁଯାୟୀ, ଅର୍ଚ୍ଚନା ନାଗ ସଂପର୍କିତ ଅର୍ଥନୈତିକ କାରବାରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତନାଘନା ଜାରି ରଖିଥିବା ବେଳେ, ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କୁ ଗୁରୁବାରଠୁ ଉଠାଇନେଇଥିଲା ଇଡି । ଖଗେଶ୍ବରଙ୍କ ଗାଁ ବାଲିପାଟଣାରୁ ତାଙ୍କୁ ଇ.ଡି. ଉଠାଇଥିଲା । ପୂର୍ବରୁ ଖଣ୍ଡଗିରି ଥାନାରେ ରୁଜୁ ମାମଲାରେ ସମ୍ଭାବ୍ୟ ଗିରଫଦାରୀ ଏଡ଼ାଇବା ପାଇଁ ଖଗେଶ୍ବର ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଏହି ମାମଲାରେ ତାଙ୍କର କୌଣସି ସଂପୃକ୍ତି ନାହିଁ ଓ ସେ ନିର୍ଦ୍ଦୋଷ ବୋଲି ଦର୍ଶାଇ ଏହି ଆବେଦନ ଦାୟର କରିଛନ୍ତି। ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସହଯୋଗୀ ହୋଇଥିବା ନେଇ ଖଗେଶ୍ବରଙ୍କ ନାଁରେ ଅଭିଯୋଗ ରହିଛି । ଆଉ ଏବେ ଖଗେଶ୍ୱରକୁ ଗିରଫ କରିଛି ଇଡି । ଦୀର୍ଘ ଘଣ୍ଟାର ପଚରାଉଚରା ପରେ ଖଗେଶ୍ୱରଙ୍କୁ ବାନ୍ଧିଛି ଇଡି ।

Leave A Reply

Your email address will not be published.