ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ପକ୍ଷରୁ ତିନି ଦଫା ଦାବି ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା

କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବ୍ଳକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମାନେ ଧାରଣା ଦେଇଛନ୍ତି। ରାଜ୍ୟ ସଂଘ ଓ ଜିଲ୍ଲା ସଂଘର ନିର୍ଦ୍ଦେଶ କ୍ରମେ ତିନି ଦଫା ଦାବି ନେଇ ବ୍ଳକରେ ଧାରଣା ଦେଇଛନ୍ତି ପ୍ରାଥମିକ ଶିକ୍ଷକ। ସେମାନଙ୍କ ଦାବି ଗୁଡିକ ହେଉଛି ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ, ୬/ ୭ ବର୍ଷ ଚୁକ୍ତି ଭିତ୍ତିକ ସିନିଆର କୁ ଗଣନା କରି ଜାତୀୟ ଇନକ୍ରିମେଣ୍ଟ ପ୍ରଦାନ ତଥା ପ୍ରମୋସନ ଦେବା, ନୂତନ ପେନସନ ଯୋଜନା ଉଚ୍ଛେଦ କରି ପୁରାତନ ପେନସନ ଯୋଜନା ଲାଗୁ କରିବା। ଏହି ଧରଣାରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ ଧାରଣା ଦେଇ ଥିବା ର ଦେଖିବାକୁ ମିଳିଛି। ତତସହିତ କନ୍ଧମାଳ ଜିଲାର ସମାଜସେବୀ ତଥା ବରିଷ୍ଠ ସାମ୍ବାଦିକ ଏବଂ କନ୍ଧମାଳ ପିପୁଲସ ଫୋରମର ସଭାପତି ରାଧା ମୋହନ ମହାପାତ୍ର ମଧ୍ୟ ଶିକ୍ଷକ ଶିକ୍ଷୟତ୍ରୀଂକ ଧାରଣାକୁ ସମର୍ଥନ ଜଣାଇବା ସହ ଶିକ୍ଷକ ଶିକ୍ଷୟତ୍ରୀଂକ ଦାବିକୁ ସରକାର ମାନି ନେବା ଉଚିତ ବୋଲି କହିଥିଲେ ।

Leave A Reply

Your email address will not be published.